ଘରେ ବସି ଏବେ କିଣି ହେବ ମଦ। ଆମ ଦେଶରେ ମିଳିବ ଏହି ସୁବିଧା। ଏବେ ଅନଲାଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ବିଗି, ଜୋମାଟୋ, ବ୍ଲିଙ୍କିଟ୍ ଏବଂ ବିଗ୍ ବାସ୍କେଟ୍ ଭଳି ପ୍ଲାଟଫର୍ମ ମଦ ହୋମ ଡେଲିଭରି କରିବେ ବୋଲି ଜଣା ପଡ଼ିଛି। ୧୦ ମିନିଟ୍‌ରେ ଆପଣଙ୍କ ଘରେ ପହଞ୍ଚି ଯିବ ମଦ। ଆସନ୍ତା କିଛି ମାସରେ ଦିଲ୍ଲୀ, ହରିୟାଣା, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ, କେରଳ ଏବଂ ଗୋଆ ଭଳି ରାଜ୍ୟରେ ମଦ ଅନଲାଇନ ଅର୍ଡର କରାଯାଇପାରିବ ବୋଲି ଜଣା ପଡ଼ିଛି। ଏହି ସମସ୍ତ ରାଜ୍ୟ ବର୍ତ୍ତମାନ ଏକ ପାଇଲଟ୍ ପ୍ରୋଜେକ୍ଟରେ କାମ କରୁଛନ୍ତି ଯାହା ଫଳରେ ଘରକୁ ଘର ମଦ ବିତରଣ କରିବାକୁ ଅନୁମତି ଦିଆଯିବ। ଏହି ରାଜ୍ୟରେ ରହୁଥିବା ଲୋକମାନେ ମୋବାଇଲରେ ଏହି ସହ ଆପ୍ ଦ୍ଵାରା ମଦ ଅର୍ଡ ଦେଇ ପାରିବେ।ପ୍ରାରମ୍ଭରେ କେବଳ କମ୍ ଆଲକୋହଲ୍ ଯୁକ୍ତ ବିୟର, ମଦ ଏବଂ ଓ୍ଵାଇନ ବିତରଣ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମସ୍ତ ପ୍ଲାଟଫର୍ମଗୁଡିକ କେବଳ ଖାଦ୍ୟ ଏବଂ ଘରୋଇ ଜିନିଷ ବିତରଣ ପାଇଁ ବ୍ୟବହୃତ ହେଉଥିଲା। ବର୍ତ୍ତମାନ ଶୀଘ୍ର ଖାଦ୍ୟ ସହିତ ଏହି ପ୍ଲାଟଫର୍ମରେ ମଧ୍ୟ ମଦ ଉପଲବ୍ଧ ହୋଇପାରିବ। ତେବେ ଓଡିଶାରେ ଏହି ସୁବିଧା କେବେ ଉପଲବ୍ଧ ହେବ କି ନାହିଁ ସେ ବିଷୟରେ କିଛି ସୂଚନା ମିଳି ନାହିଁ।

Please follow and like us:
Pin Share

Leave a Reply

Your email address will not be published. Required fields are marked *