OCA ଦ୍ବାରା ୧୯ ବର୍ଷରୁ କମ୍ ବୟସ ବର୍ଗର ଟୁର୍ଣ୍ଣାମେଣ୍ଟରେ ପୁଅକୁ ଖେଳିବାକୁ ସୁଯୋଗ ନଦେବାରୁ ହଙ୍ଗାମା କଲେ ମହିଳା। ପିଚ୍ ଉପରେ ବସି ଧାରଣା ଦେଲେ ମା’।କୋଚ ବିବିସିସି ମହାପାତ୍ରଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ। ମହିଳାଙ୍କ ଧାରଣା ପାଇଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା,ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା। ଘଟଣାଟି ଘଟିଛି କଟକ ସନ ସାଇନ୍ ଗ୍ରାଉଣ୍ଡରେ। ଅଭିଯୋଗ ଅନୁଯାୟୀ ଭୁବନେଶ୍ୱର ‘A’ ଟିମ୍ର ସଦସ୍ୟ ଥିବା ଆୟୁଷ ମହାନ୍ତିଙ୍କୁ ଯୋଗ୍ୟତା ଥାଇ ମଧ୍ୟ ଖେଳିବାକୁ ସୁଯୋଗ ଦିଆଯାଉ ନାହିଁ ଜାଣିଶୁଣି। ଆୟୁଷଙ୍କୁ ୧୧ଜଣିଆ ଟିମରେ ଖେଳା ଯାଉ ନଥିବା ଅଭିଯୋଗ କରିଛନ୍ତି ତାଙ୍କ ମା’।