ମହିଳାଙ୍କ ପାଇଁ ବଡ ଘୋଷଣା କଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ଚନ୍ଦ୍ର ବାବୁ ନାଇଡୁ ସରକାର ଉଠେଇବ ମହିଳାଙ୍କ ବସ ଖର୍ଚ୍ଚ। ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍‌ଗୁଡ଼ିକରେ ମହିଳାମାନଙ୍କ ମାଗଣା ଯାତ୍ରା ଲାଗି ଘୋଷଣା କରିଛନ୍ତି। ନାଇଡୁ ସରକାରଙ୍କ ‘ସୁପର୍‌ ସିକ୍ସ’ ଯୋଜନା ଅନୁଯାୟୀ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଗୋଟିଏ ଯୋଜନା।

ରାଜ୍ୟ ମଧ୍ୟରେ ଯେଉଁଠିକୁ ଯାତ୍ରା କଲେବି ମହିଳାଙ୍କୁ ଦେବାକୁ ହେବନି ଗୋଟେ ଟଙ୍କା। ଏହି ଯୋଜନା ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ(ଏପିଏସ୍‌ଆର୍‌ଟିସି) ଦ୍ୱାରା ସଂଚାଳିତ ପଲ୍ଲେ ବେଲୁଗୁ ଏବଂ ଏକ୍ସପ୍ରେସ୍‌ ବସ୍‌ରେ ଲାଗୁ ହେବ। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ବର୍ଷକୁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ଏପିଏସ୍‌ଆର୍‌ଟିସି ଅଧିକାରୀମାନେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାଠାରୁ ଏହି ଯୋଜନାର କାର୍ଯ୍ୟକାରିଣୀ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ତେବେ ନାଇଡୁଙ୍କ ନିଷ୍ପତି ପରେ ଆନ୍ଧ୍ରପ୍ରଦେଶରେ ଉତ୍ସାହିତ ଅଛନ୍ତି ଗୃହିଣୀରୁ କର୍ମଜିବୀ ମହିଳାମାନେ।

Please follow and like us:
Pin Share

Leave a Reply

Your email address will not be published. Required fields are marked *