ନୀତିକାନ୍ତି ଅନୁସାରେ ଚାଲିଛି ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା । ସମୟ ଅନୁସାରେ ବାହାର ରତ୍ନଭଣ୍ଡାରରେ ପ୍ରବେଶ କଲେ ଟିମ୍ । ଲୋକନାଥଙ୍କୁ ପୂଜା କରି ପ୍ରବେସ କଲେ ଟିମ୍ । ଭିତର ରତ୍ନଭଣ୍ଡାର ଚାବି ଫିଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ପୋଷାକରେ ଭଣ୍ଡାର ଭିତରକୁ ଯାଇଛନ୍ତି ଟିମ୍ । ଏଥି ପାଇଁ ବନ୍ଦ ହୋଇଛି ୩ ଦ୍ବାର, ସିଂହଦ୍ବାର ଜଗିଛନ୍ତି ପୋଲିସ। କୌଣସି ମନ୍ଦିର ଦେଇ ଭକ୍ତଙ୍କୁ ଛଡ଼ା ଯାଉନାହିଁ। ୧୧ ଜଣିଆ ଟିମ୍‌ ନଆସିବା ଯାଏ କଟକଣା। ଶ୍ରୀମନ୍ଦିରକୁ ପ୍ରବେଶ ଉପରେ ଭକ୍ତଙ୍କୁ କଟକଣା ଲାଗୁଛି।ଦୀର୍ଘ ୪୫ ବର୍ଷ ପରେ ଆଜି ଖୋଲିବ ରତ୍ନଭଣ୍ଡାର। ଏଥି ପାଇଁ ସୁରକ୍ଷା ବଳୟରେ ରହିଛି ପୁରୀ ଶ୍ରୀମନ୍ଦିର।୪ ଥାକିଆ ସୁରକ୍ଷା ବଳୟରେ ଶ୍ରୀମନ୍ଦିର ରହିଛି। ମନ୍ଦିର ଭିତରେ ଅଛନ୍ତି ୫ ପ୍ଲାଟୁନ ପୋଲିସ। ଅନ୍ୟପଟେ ଟ୍ରେଜେରୀରେ ଚାବି ମହଜୁଦ ଥିଲା , ଅଧିକୃତ ଅଧିକାରୀଙ୍କ ପାଖରେ ଚାବି ରହିଛି ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମନ୍ଦୀର ଭିତରକୁ ୬ଟି ସିନ୍ଦୁକ ଯାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *