ଦୀର୍ଘ ୪୬ ବର୍ଷ ପରେ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ। ଦିନ ୧ଟା ପରେ ଶୁଭ ମୂହୁର୍ତ୍ତ ଧାର୍ଯ୍ୟ ହୋଇଛି। ତେଣୁ ଦିନ ୧ଟାରୁ ସାଢ଼େ ୧ଟା ମଧ୍ୟରେ ଖୋଲାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଏପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ସରକାରଙ୍କ ମାର୍ଗଦର୍ଶିକା(ଏସଓପି) ଆଧାରରେ ସମସ୍ତ କାର୍ଯ୍ୟ ହେବ। ରତ୍ନଭଣ୍ଡାରର ରକ୍ଷକ ପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା ଓ ମା’ ବିମଳାଙ୍କ ପାଖରେ ଗୁଆ ଟେକା ପରେ ରତ୍ନଭଣ୍ଡାର ଖୋଲାଯିବ।ରତ୍ନଭଣ୍ଡାର ଭିତରକୁ କିଏ ପ୍ରବେଶ କରିବେ ସେନେଇ ଏସ୍‌ଓପି ହୋଇଛି। ଯାଂଚ କମିଟିର, ୨ ସଦସ୍ୟ, ଜିଲ୍ଲାପାଳ, ଏଏସଆଇ ଟିମ୍‌, ଭଣ୍ଡାର ମେକାପ, ତଡ଼ଉକରଣ ଓ ତାଲା ଭଙ୍ଗା ଟିମ୍ ମଧ୍ୟ ଯିବେ । ସ୍ନେକ ହେଲପଲାଇନ୍ ଓ ମେଡିକାଲ ଟିମ୍ ସଦସ୍ୟଙ୍କୁ ଷ୍ଟାଣ୍ଡବାଇରେ ରଖାଯିବ।

ଆବଶ୍ୟକ ପଡ଼ିଲେ ସେମାନେ ଭିତରକୁ ଯାଇପାରନ୍ତି। ଚାବିରେ ଯଦି ତାଲା ନଖୋଲେ ତାଲା ଭଙ୍ଗାଯାଇ ଖୋଲାଯିବ । ସେଥିପାଇଁ ତାଲା ଭଙ୍ଗା ଟିମକୁ ମଧ୍ୟ ଡକାଯାଇଛି। ଚାବି କଥା ଆଉ ପ୍ରସଙ୍ଗ ହୋଇ ରହିନାହିଁ । ବହୁଦିନ ହେଲା ରତ୍ନଭଣ୍ଡାର ତାଲା ଖୋଲାଯାଇନଥିବାରୁ ତାଲାଭଙ୍ଗା ଟିମର ବ୍ୟବସ୍ଥା ହୋଇଛି । ସେହିପରି ରତ୍ନଭଣ୍ଡାରକୁ ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ ହୋଇସାରିଛି ବୋଲି ଜଷ୍ଟିସ ରଥ କହିଛନ୍ତି ।

ରତ୍ନ ଭଣ୍ଡାରରେ ସମସ୍ତ ପକ୍ରିୟାକୁ ଭିଡିଓ ରେକର୍ଡିଂ କରାଯିବା ସହିତ ଡିଜିଟାଇଜ କରାଯିବ। ଫଳରେ ଏହା ଭବିଷ୍ୟତରେ ରେଫ୍ରେରେନସ ଭାବେ ଏହି ଡିଜିଟାଇଜ ପୁସ୍ତକକୁ ବ୍ୟବହାର କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।ରତ୍ନଭଣ୍ଡାରର ମରାମତି ଓ ଗଣତିମଣତି ବାବଦ କାର୍ଯ୍ୟରେ ଅତ୍ୟନ୍ତ ସ୍ୱଚ୍ଛତା ଓ ସୁରୁଖୁରୁରେ କରିବା ପାଇଁ ବିଭିନ୍ନ କମିଟି ଗଠନ ହୋଇଛି। କିଏ କେଉଁ କମିଟିରେ ରହିବେ ତାହା ମଧ୍ୟ ସରକାର ଚୂଡ଼ାନ୍ତ କରିସାରିଛନ୍ତି। ପ୍ରତ୍ୟେକଟି କାର୍ଯ୍ୟ ବିଧିବ୍ୟବସ୍ଥା ଅନୁସାରେ କରାଯିବ। ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତ ଏସଓପି ଚୂଡ଼ାନ୍ତ ପାଇଁ ବୈଠକ ବସି ସରକାରଙ୍କ ପକ୍ଷରୁ ବିଭିନ୍ନ ଦିଗ ଉପରେ ତଜର୍ମା କରାଯାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *