ରତ୍ନଭଣ୍ଡାର ଖୋଲାଯିବା ନେଇ ମିଳିଲା ଏସ୍ଓପି। ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ଏସ୍ଓପି। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ଆଜି ପ୍ରଦାନ କରାଯାଇଛି। ତେବେ ରତ୍ନ ଭଣ୍ଡାର ସହ ଜଡିତ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି। ଭିତର ଭଣ୍ଡାର ଭିତରେ ଏକ ସୁଡ଼ଙ୍ଗ ରହିଥିବା କୁହାଯାଉଛି । ଏହା ପଢ଼ି ଆପଣି ବି ଚକିତ ହେଉଥିବେ ନିଶ୍ଚୟ।ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ, ଏହି ସୁଡ଼ଙ୍ଗ ଦୃଶ୍ୟମାନ ହୁଏ । ୧୯୭୮ରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଏ ସମ୍ପର୍କିତ ତଥ୍ୟ ରେକର୍ଡ କରାଯାଇଛି । ୧୯୭୮ରେ ଶେଷ ଥର ପାଇଁ ଭିତର ଭଣ୍ଡାରରେ ପ୍ରବେଶ କରି ରତ୍ନଭଣ୍ଡାରର ଗଣତି ମଣତି କରାଯାଇଥିଲା ।
ଏହି ସମୟରେ ଷୁଡ଼ଙ୍ଗକୁ ଦେଖିଥିଲେ ଭିତରେ ପ୍ରବେଶ କରିଥିବା ସେବାୟତମାନେ। ତେବେ ଏହି ସୁଡ଼ଙ୍ଗ ତିଆରି ଉଦ୍ଦେଶ୍ୟ କ’ଣ ହୋଇପାରେ, ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ବାହ୍ୟ ଶତ୍ରୁ ଆକ୍ରମଣ ସମୟରେ ରତ୍ନ ଅଳଙ୍କାରକୁ ସୁରକ୍ଷିତ ସ୍ତାନକୁ ନେଇଯିବା ପାଇଁ ଏହି ସୁଡ଼ଙ୍ଗ ତିଆରି ହୋଇଥାଇପାରେ ବୋଲି ସୁଡ଼ଙ୍ଗକୁ ଦେଖିଥିବା ବରିଷ୍ଠ ସେବାୟତମାନେ ଅନୁମାନ କରନ୍ତି । ମନ୍ଦିର ନିର୍ମାଣ ସମୟରେ ଏହି ସୁଡ଼ଙ୍ଗ ତିଆରି କରାଯାଇଥିବା ଅନୁମାନ କରାଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେ ସୁଡ଼ଙ୍ଗ କେଉଁଠି ଶେଷ ହୋଇଛି, କେହି ଜାଣିନାହାନ୍ତି।