କଟକର ଏକ ଘରୋଇ ନର୍ସିଂହୋମ୍ରେ ଲାଗିଲା ଭୟଙ୍କର ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍ର ୩ୟ ମହଲାରେ ନିଆଁ ଲାଗିଥିବା ଜଣା ପଡ଼ିଛି।ପ୍ରାଥମିକ ସୂଚନା ମୁତାବକ, ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବାବେଳେ, ବର୍ତ୍ତମାନ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ଆମ୍ବୁଲାନ୍ସ ଅଭାବରେ ରୋଗୀ ଛଟପଟ ହୋଇଥିଲେ। ଅଗ୍ନିକାଣ୍ଡରୁ ଉଦ୍ଧାର ରୋଗୀ ରାସ୍ତା ଉପରେ ଛଟପଟ ହୋଇଥିଲେ। ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ଅଭାବ ଯୋଗୁଁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା।ଆଇସିୟୁରେ ଥିବା ଅନେକ ନବଜାତ ମଧ୍ୟ ଦୟନୀୟ ସ୍ଥିତିରେ ରହିଥିଲେ।