ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ମିଡିଆରୁ ସୋସିଆଲ ମିଡିଆ ସବୁଠି ଅନନ୍ତ ରଧିକାଙ୍କ ବାହଘର ଚର୍ଚ୍ଚା।ଏହି ବିବାହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ରାଜନୀତିଠାରୁ ଆରମ୍ଭ କରି ସିନେମା, କ୍ରୀଡ଼ା, ସଙ୍ଗୀତ ଓ ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା। ଏକ ଆକଳନ ଅନୁସାରେ ଅମ୍ବାନି ପରିବାର ବିବାହରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଚର୍ଚ୍ଚା ହେଉଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁକେଶ ଅମ୍ବାନି ଓ ଅନନ୍ତ ଅମ୍ବାନି ବିବାହରେ ଭିଆଇପି ଅତିଥିମାନଙ୍କୁ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ଏହି ସ୍ବତନ୍ତ୍ର ଉପହାରରେ ଭିଆଇପିମାନଙ୍କୁ ଘଣ୍ଟା ପ୍ରଦାନ କରାଯାଇଥିଲା। ଯାହାର ମୂଲ୍ୟ ୧.୫ କୋଟିରୁ ୨କୋଟି ଟଙ୍କା ମଧ୍ୟରେ ରହିଛି। ଅନନ୍ତ ତାଙ୍କ ବ୍ୟବସାୟୀ ଓ ସାଙ୍ଗମାନଙ୍କୁ ଦେବାପାଇଁ ସ୍ବତନ୍ତ୍ର ଭାବେ ୨୫ ଖଣ୍ଡ ଘଣ୍ଟା ଅର୍ଡର କରିଥିଲେ । ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ରଣବୀର ସିଂହ ପର୍ଯ୍ୟନ୍ତ ସମସ୍ତେ ଅନନ୍ତଙ୍କ ଦେଇଥିବା ଏହି ଘଡ଼ିକୁ ଦେଖାଇଥିବା ନଜର ଆସିଛନ୍ତି।