ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢ଼ୀ। ବଡ଼ ଠାକୁରଙ୍କ ପହଣ୍ଡି ଅଘଟଣ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର। ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଦାୟିତ୍ୱ ନେଲେ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ଗୁରୁବାର ରାତିରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଗ୍ରହଣ କରିଛନ୍ତି।ଶ୍ରୀମନ୍ଦିର ଦାୟିତ୍ବ ସହ ଶ୍ରୀ ପାଢୀ ଆଗାମୀ ଆଦେଶ ପର୍ଯ୍ୟନ୍ତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରଧାନ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିବେ ବୋଲି ଜଣା ପଡ଼ିଛି ।

୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ। କିଛି ମାସ ତଳେ ମଧ୍ୟ ସାମୟିକ ସମୟ ପାଇଁ ଏହି ପଦ ସମ୍ଭାଳିଥିଲେ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ତାଙ୍କର ଅନେକ ଅନୁଭୂତି ଓ ଅଭିଜ୍ଞତା ରହିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେବା ପରେ ଅରବିନ୍ଦ ପାଢ଼ୀ କହିଛନ୍ତି, ସବୁ ମହାପ୍ରଭୁଙ୍କ ଇଚ୍ଛା। କେମିତି ନୀତିକାନ୍ତି ଶୃଙ୍ଖଳିତ ହେବ ଏବଂ ମହାପ୍ରଭୁଙ୍କ ସଂସ୍କୃତିର କିଭଳି ଆହୁରି ପ୍ରଚାର ପ୍ରସାର ହେବ ତାହା ହିଁ ମୋର ପ୍ରାଥମିକତା ହେବ।ମଙ୍ଗଳବାର ଆଡ଼ପ ମଣ୍ଡପ ବିଜେ ସମୟରେ ପହଣ୍ଡି ବେଳେ ବଡଠାକୁର ହାମୁଡାଇ ପଡ଼ିବା ଏବଂ ରଥଟଣା ବେଳେ ଭିଡ଼ରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଠେଲାପେଲାରେ ଅନେକ ଭକ୍ତ ଆହତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ନେଇ ପ୍ରଶ୍ନ ଉଠିଥିଲା। ଯାହାକୁ ନେଇ ଏହି ପରିବର୍ତ୍ତନ ହୋଇଥିବା କୁହାଯାଉଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *