ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି। ED ମାମଲାରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। EDର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ କେଜ୍ରିୱାଲ। ଅନ୍ତରୀଣ ଜାମିନ ସହ ଉପରିସ୍ଥ ବେଞ୍ଚକୁ ମାମଲା ହସ୍ତାନ୍ତର କଲେ ସୁପ୍ରିମକୋର୍ଟ। ବଡ଼ ବେଞ୍ଚରେ ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ଜାମିନରେ ରହିବେ କେଜ୍ରିୱାଲ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରି କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ଏଥିସହ ଇଡି ଗିରଫଦାରୀକୁ ବିରୋଧ କରି କେଜ୍ରିୱାଲ କରିଥିବା ଆବେଦନକୁ ବୃହତ୍ତ ଖଣ୍ଡପୀଠକୁ ପଠାଇଛନ୍ତି। ଅନ୍ୟପଟେ ଏହି ମାମଲାରେ ସିବିଆଇ ମଧ୍ୟ କେଜ୍ରିୱାଲଙ୍କୁ ଗିରଫ କରିଛି।ଏବେ CBI ହେପାଜତରେ ଅଛନ୍ତି କେଜ୍ରିୱାଲ। ତିହାର ଜେଲରୁ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ଜୁଲାଇ ୧୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ନେଇଥିଲା ସିବିଆଇ। ତେଣୁ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲେ ମଧ୍ୟ ସେ ଜେଲରେ ରହିବେ ବୋଲି ଜଣା ପଡିଛି। ୧୭ ଜୁଲାଇରେ ଦିଲ୍ଲୀ ହାଇ କୋର୍ଟରେ CBI ମାମଲାରେ ଶୁଣାଣି ହେବା ପରେ କେଜ୍ରିୱାଲ ବାହାରିବେ କି ପୁଣି ଜେଲ ଭିତରେ ରହିବେ ତାହା ଜଣା ପଡ଼ିବ।