ଆଉ ମାତ୍ର ୫ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା। ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଘନ ଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ରଥଯାତ୍ରା ସୁରକ୍ଷାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ। ଏଥର ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ। ଏନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ପୁଲିସ ଡିଜି ।

ବ୍ଲାଙ୍କେଟ୍ ସୁରକ୍ଷା ବ୍ୟବସ୍ଥାରେ ୪ ଜଣ ଅତିରିକ୍ତ ଡିଜି, ୬ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ ରହିବେ। ଏଥିସହ ୧୯ ଏସପି ବା କମାଣ୍ଡାଣ୍ଟ ପାହ୍ୟା, ୩୩ ଜଣ ଅତିରିକ୍ତ SP ବା ଡେପୁଟି କମାଣ୍ଡାଣ୍ଟ ପାହ୍ୟା, ୭୫ ଜଣ ଡିଏସପି ବା କମାଣ୍ଡର ପାହ୍ୟା, ୧୩୦ ଇନ୍ସପେକ୍ଟର, ୬୭୫ SI ଓ ASI ପାହ୍ୟା ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ।୩ ପ୍ଲାଟୁନ OSAF ମୁତୟନ କରାଯିବା ସହିତ ୫ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଛି। ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ ଓ ସୋଶାଲ ମିଡିଆରେ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ୍ ସୂଚନା ଦିଆଯିବ ବୋଲି କହିଛନ୍ତି ଡିଜିପି। ଏଥିସହ ରାଷ୍ଟ୍ରପତି ଓ ବିଶିଷ୍ଟ ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।ଚଳିତ ରଥ ଯାତ୍ରାରେ ସାମିଲ ହେବା ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଥିବା ବେଳେ ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *