ରଥଯାତ୍ରାକୁ ଆସୁଥିବା ଭକ୍ତଙ୍କ ହେବ ଗଣତି। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମହାପ୍ରଭୁଙ୍କ ଏହି ଦିବ୍ୟ ଓ ଭବ୍ୟ ଯାତ୍ରାରେ ଏଥର କେତେ ଭକ୍ତଙ୍କ ସମାଗମ ହେବ ସେନେଇ ଗଣତି କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଶ୍ରୀମତୀ ପରିଡ଼ା କହିଛନ୍ତି, ପୁରୀକୁ ସଂଯୋଗ କରୁଥିବା ତିନିଟି ମୁଖ୍ୟ ମାର୍ଗ (ଭୁବନେଶ୍ବର-ପୁରୀ, କୋଣାର୍କ-ପୁରୀ ଓ ବ୍ରହ୍ମଗିରି-ପୁରୀ) ରାସ୍ତାରେ ଭକ୍ତଙ୍କ ଗଣତି ପାଇଁ ବ୍ୟବସ୍ଥା କରାଯିବ। ଏହି ତିନି ରାସ୍ତାରେ ଦେଇ ପୁରୀକୁ ଯାଉଥିବା ବସ୍‌, କାର, ଅଟୋ ଓ ବାଇକକୁ ଆଧାର କରି ଲୋକଙ୍କ ଗଣତି କରାଯିବ। ସେହିପରି ପୁରୀର ହୋଟେଲ, ଲଜ୍‌, ଧର୍ମଶାଳା, ମଠ‌ଗୁଡ଼ିକରେ ମଧ୍ୟ ଗଣତି କରାଯିବ। ପୁରୀକୁ ‌ଟ୍ରେନ୍‌ରେ କେତେ ଭକ୍ତି ଆସିଛନ୍ତି ତାହା ମଧ୍ୟ ହିସାବକୁ ନିଆଯିବ।

Please follow and like us:
Pin Share

Leave a Reply

Your email address will not be published. Required fields are marked *