ନନ୍ଦନକାନନରେ ନାଲି ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଥିବା ସୂଚନା।ବାଘ ସଫାରୀର ୩୩ ନମ୍ବର ଖୁଆଡ଼ରେ ରହୁଥିଲା ସାରା।ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା ୧୯ ବର୍ଷର ସାରା। ୨୦୦୯ରେ ଭୋପାଳ ଚିଡ଼ିଆଖାନାରୁ ଓଡ଼ିଶା ଆସିଥିଲା ସାରା। ସାରା ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି।ସୂଚନାନୁଯାୟୀ, ଗୁରୁବାର ଭୋର୍ ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା’ର ମୃତ୍ୟୁ ଘଟିଛି।ବଦ୍ଧକ୍ୟଜନିତ ରୋଗରେ ସେ ଆକ୍ରାନ୍ତି ଥୂଳ || କିଛିଦିନ ହେବ ସେ ଠିକ୍ ଭାବେ ଖୁଆପିଆ କରୁନଥିଲା। ଯେଉଁଥ୍ ପାଇଁ ପ୍ରାଣୀଉଦ୍ୟାନ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲା।