ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ଲୋକସଭାରେ ନୂତନ ଅଧ୍ଯାୟ ସୃଷ୍ଟି ହେବା ସହ ଆସନ୍ତା ଦିନରେ ବଜେଟ ଆଗତ କରିବ ନୂଆ ସରକାର।ଆର୍ଥିକ ବ୍ଯବସ୍ଥା କ୍ଷେତ୍ରରେ ପଞ୍ଚମ ସ୍ତରରେ ପହଞ୍ଚିଛି ଭାରତ,୧୦ ବର୍ଷ ଭିତରେ ୧୧ତମ ସ୍ଥାନରୁ ପଞ୍ଚମ ସ୍ଥାନରେ ପହଞ୍ଚିଛି’,ଏବେ ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ହେବାର ଲକ୍ଷ୍ୟ ରଖିଛି’,ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତର ଯୋଗଦାନ ରହିଛି କେବଳ ୧୫ ପ୍ରତିଶତ,ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ସୁସ୍ଥ ବିଶ୍ବ ନିର୍ମାଣରେ ଭାରତ ସହଯୋଗ କରୁଛି,ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି,୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ହୋଇଛି। ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି।
ପେପର ଲିକ୍ର ନିରପେକ୍ଷ ଯାଞ୍ଚ ହେବ ଆଜି ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ରାଷ୍ଟ୍ରପତି। ନିରପେକ୍ଷ ଯାଞ୍ଚ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ, ନିରପେକ୍ଷ ଯାଞ୍ଚ ହୋଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ବିଭିନ୍ନ ରାଜ୍ୟରେ ବି ପେପର ଲିକ୍ ଖବର ସାମ୍ନାକୁ ଆସିଛି, ପରୀକ୍ଷାରେ ପାରଦର୍ଶିତା, ନିରପେକ୍ଷତା ନିହାତି ଜରୁରୀ।ଦଳୀୟ ରାଜନୀତିରୁ ଊର୍ଦ୍ଧ୍ବରେ ରହି ପଦକ୍ଷେପ ନେବା ଉଚିତ୍, ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।ସରକାର କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଉପରେ କାର୍ଯ୍ୟ କରୁଥିବା ରାଷ୍ଟ୍ରପତି କହୁଛନ୍ତି।
ଆମ ସରକାର କୃଷି ଉତ୍ପାଦ ପାଇଁ MSP(ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି କରିଛନ୍ତି। ବିଶ୍ୱରେ ଜୈବ ଉତ୍ପାଦର ଚାହିଦା ବୃଦ୍ଧି ପାଉଛି ଏବଂ ଭାରତୀୟ କୃଷକମାନେ ଏହି ଚାହିଦା ପୂରଣ କରିବାରେ ସକ୍ଷମ ବୋଲି ରାଷ୍ଟ୍ରପତି କହିଛନ୍ତି।ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଆଜିର ଭାରତ ଏହାର କୃଷି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି। ପ୍ରାକୃତିକ ଚାଷ ତଥା ଆନୁଷଙ୍ଗିକ ଦ୍ରବ୍ୟର ଯୋଗାଣ ଶୃଙ୍ଖଳାକୁ ସରକାର ଏକୀଭୂତ କରୁଛନ୍ତି। ଭାରତ ସରକାରଙ୍କ ପଦକ୍ଷେପ ସ୍ୱରୂପ ଗତବର୍ଷ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ମିଲେଟ ଦିବସ ପାଳନ କରିଛି।”