ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ୭୦ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ମିଳିବ ମାଗଣା ଚିକିତ୍ସା। ଏଭଳି ଏକ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ। ଗୁରୁବାର ୧୮ ତମ ଲୋକସଭା ଅଧିବେଶନକୁ ସମ୍ବୋଧିତ କରିବା ସମୟରେ ଏହି ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ମୁର୍ମ।ସଂସଦ ଭବନରୁ ରାଷ୍ଟ୍ରପତି କହିଛନ୍ତି, ନୂଆ ସରକାରରେ ଆମେ ୭୦ ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ଦେଉଛୁ। କେବଳ ସେତିକି ନୁହେଁ କୃଷକଙ୍କ ପ୍ରତି ମଧ୍ୟ ସରକାର ଲଗାତାର କାର୍ଯ୍ୟ ଜାରି ରଖିଛନ୍ତି। କୃଷକଙ୍କୁ ୨୦ ହଜାର କୋଟି ଟ୍ରାନ୍ସଫର କରାଯାଇଛି। ଏହାଦ୍ବାରା ଆମେ କୃଷକଙ୍କୁ ଅଧିକ ଆତ୍ମନିର୍ଭର କରିଛୁ।ଲୋକସଭା ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହାରରେ ଏହେି ପ୍ରତିଶୃତି ଦେଇଥିଲା ବିଜେପି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ୭୦ ବର୍ଷରୁ ଅଧିକ ବୟସ୍କଙ୍କର ଆୟୁଷ୍ମାନ ଯୋଜନାରେ ମାଗଣା ଚକିତ୍ସା କରାଯିବ। ସେ କହିଥିଲେ, ମଧ୍ୟବିତ୍ତଙ୍କ ପାଇଁ ବୟସ୍କଙ୍କ ଚିକିତ୍ସା କରିବା ଏକ ବଡ଼ ଚିନ୍ତାର କଥା। ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କୁ ଆମେ ଏହି ଯୋଚନା ଜରିଆରେ ଭଲ ଓ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବୁ।