ରାଜ୍ୟରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନ ପାଇଁ ଫିଟିଛି ବାଟ। ଏନେଇ ବଡ ସଂକେତ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ୭ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାର ଆଶା ଦେଖାଦେଇଛି।ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ଯଥାର୍ଥତା ରହିଛି। ଏନେଇ ବିଚାର ବିମର୍ଶ ଚାଲିଛି। ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ରଛାତ୍ରୀଙ୍କ ହିତ୍ ଉଦ୍ଦେଶ୍ୟରେ ନେବେ । ଛାତ୍ର ସଂଗ୍ରଠନ ଦାବି ମହତ୍ତ୍ୱ ପୂର୍ଣ୍ଣ। ତେବେ ଯାହା ଠିକ୍ ହେବ, ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ୧୫ ଦିନର ରିପୋର୍ଟ କାର୍ଡରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଆଲୋଚନା କରିଥିବା କୁହାଯାଉଥିଲା।
୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। କେତେବେଳେ କରୋନା ତ ପୁଣି ଆଉ କ କେତେବେଳେ ହିଂସା ଭଳି ବିଭିନ୍ନ ବାହାନା ଦେଖାଇ ପୂର୍ବ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିବା ଅଭିଯୋଗ ହୋଇଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରେଇବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓ ଏଥିସହ ସରକାର ନିକଟରେ ଦାବି ମଧ୍ୟ କରିଛନ୍ତି। ହେଲେ ପୂର୍ବ ସରକାର ଏଥି ପ୍ରତି ଧ୍ୟାନ ଦେଇନଥିଲେ। ତେବେ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଆଶା ସୃଷ୍ଟି ହୋଇଛି।