ଶତ୍ରୁ ସହିତ ଯୁଦ୍ଧ କରିବା ହେଉ କିମ୍ବା ସଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସଙ୍ଘର୍ଷ କରିବା ହେଉ ସବୁଠି ଆଗରେ ଭାରତୀୟ ସେନା ରହିଛି। ଯେକୌଣସି ପ୍ରତିକୂଳ ପରିସ୍ଥିତି ହେଉନା କାହିଁକି ସେମାନେ ସର୍ବଦା ଆଗରେ ରହିଥାନ୍ତି ଏବଂ ସର୍ବୋତ୍ତମ ଅବସ୍ଥାରେ ରହିଥା’ନ୍ତି। ବର୍ତ୍ତମାନ ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଭୟଙ୍କର ବନ୍ୟା, ଭୂସ୍ଖଳନ, ଫ୍ଲାସ ବନ୍ୟା ପରି ବିପର୍ଯ୍ୟୟ ଘଟିଛି। ଦୁର୍ଗମ ତଥା ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକ ବିଛିନ୍ନ ହୋଇଯାଇଛି। ଏପରି ବିଚ୍ଛିନ୍ନ ଗ୍ରାମଗୁଡିକୁ ଯୋଡିବା ପାଇଁ ଭାରତୀୟ ସେନା ନିଜ ଜୀବନକୁ ବିପଦରେ ପକାଇ ରାସ୍ତା ସଜାଡିବାରେ ଲାଗି ପଡ଼ିଛି।ତ୍ରିଶକ୍ତି କର୍ପସର ଭାରତୀୟ ସେନା ଇଞ୍ଜିନିୟରମାନେ ଉଛୁଳା ନଦୀ ସୁଅକୁ ଖାତିରି ନକରି ଉତ୍ତର ସିକ୍କିମରେ 150 ଫୁଟର ଏକ ସସପେନ୍ ସେତୁ ନିର୍ମାଣ କରି ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକୁ ପୁନଃ ସଂଯୋଗ କରିବା ପାଇଁ ଜାରି ରଖିଥିବା ଭିଡିଓ ସମ୍ନାକୁ ଆସିଛି।ସେନା ଇଞ୍ଜିନିୟର୍ମାନେ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବାହିତ ନଦୀ ଜଳ ଉପରେ ୧୫୦ ଫୁଟ୍ ସସପେନ୍ସନ୍ ବ୍ରିଜ୍ ତିଆରି କରି ନୂଆ ରେକର୍ଡ କରିଛି ଭାରତୀୟ ସେନା। ତେବେ ଏହି ସେତୁ ନିର୍ମାଣର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *