ମକ୍କାରେ ଜାରି ରହିଛି ଭୟଙ୍କର ଗରମ। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକେ। ପାରଦ ତଳକୁ ଖସିବା ନାଁ ନେଉ ନାହିଁ। ସାଉଦ ଆରବସ୍ଥିତ ମକ୍କାରେ ଅସହ୍ୟ ଗରମ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଅତିକମ୍ରେ ୧୩୦୦ ହଜ୍ ଯାତ୍ରୀଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ହଜ୍ ଯାତ୍ରୀ ମଧ୍ୟ ଅଛନ୍ତି।ସାଉଦି ସ୍ୱାସ୍ଥ୍ୟମନ୍ତ୍ରୀ ଫାହଦ୍ ବିନ୍ ଅବଦୁରହମାନ ଅଲ-ଜାଲାଜେଲ କହିଛନ୍ତି ଯେ ୧,୩୦୧ ମୃତ୍ୟୁହାର ମଧ୍ୟରୁ ୮୩% ଅନଧିକୃତ ତୀର୍ଥଯାତ୍ରୀ ରହିଛନ୍ତି, ଯେଉଁମାନେ କି ପବିତ୍ର ମକ୍କା ସହରରେ ଏବଂ ଆଖପାଖରେ ହଜ୍ ରୀତିନୀତି ପାଳନ କରିବା ବେଳେ ଉତ୍ତାପରେ ପ୍ରାଣ ହରାଇଛନ୍ତି।ଚଳିତବର୍ଷ ମେକାରେ ପୃଥିବୀର କୋଣଅନୁକୋଣରୁ ପ୍ରାୟ ୧.୮ ମିଲିୟନ୍ ଲୋକ ଯୋଗ ଦେଇଥିଲେ।