କେନ୍ଦ୍ରରେ ମୋଦୀ ସରକାରଙ୍କ ୩ୟ ଇନିଂସ ଆରମ୍ଭ ହୋଇଛି । ଆଜି ସଂଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ ପାଠ କରାଇଛନ୍ତି । ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।ନରେନ୍ଦ୍ର ମୋଦିଙ୍କ ସମେତ ୭୧ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ଓଡ଼ିଆ ।

ମୋଦି ୩.୦ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନ ବୈଷ୍ଣବ। ପୂର୍ବରୁ ମଧ୍ୟ ଏହି ୩ ଜଣ ବିଭିନ୍ନ ସମୟରେ ମୋଦି ସରକାରରେ ମନ୍ତ୍ରୀ ଭାବେ କାମ କରି ସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଭାବେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ, ଏସ.ଜୟଶଙ୍କର, ଜେପି, ନଡ୍ଡା, ଶିବରାଜ ସିଂ ଚୌହାନ, ନିର୍ମଳା ସୀତାରମଣ, ମନୋହରଲାଲ ଖଟ୍ଟର, ଏଚଡି କୁମାରସ୍ବାମୀ, ପିୟୁଷ ଗୋଏଲ, ଜିତନରାମ ମାଂଝି, ରାଜୀବ ରଂଜନ ସିଂ, ସର୍ବାନନ୍ଦ ସୋନଓ୍ବାଲ, ଧୀରେନ୍ଦ୍ର କୁମାର, କେ.ରାମମୋହନ ନାଇଡୁ, ପ୍ରହଲ୍ଲାଦ ଯୋଶୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

Please follow and like us:
Pin Share

Leave a Reply

Your email address will not be published. Required fields are marked *