ରାଜନୀତିରୁ ସନ୍ୟାସ ନେଲେ ଭିକେ ପାଣ୍ଡିଆନ। ବିଜେଡି ନିର୍ବାଚନ ହାରିବା ପରେ ଭିକେ ପାଣ୍ଡିଆନ୍ଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା। ମୁଁ ଗୋଟିଏ ଛୋଟ ଗାଁ ଓ ଭଲ ପରିବାରରୁ ଆସିଛି, ସବୁବେଳେ ଲୋକଙ୍କ ପାଇଁ କାମ କରିଛି। ୧୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ରେ ଯୋଗ ଦେଇଥିଲି। ମୁଖ୍ୟମନ୍ତ୍ରୀଙ୍କ ପାଖରେ କାମ କରି ଅନେକ କିଛି ଶିଖିଛି, ନବୀନଙ୍କ ଭିଜ୍ନକୁ ପୁରା କରିବାକୁ ଉଦ୍ୟମ କରୁଥିଲି। ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ମୋର ସମ୍ପତ୍ତି ନାହିଁ। ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି,ମୋ ପ୍ରଚାର ଯୋଗୁଁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ’,ମେଣ୍ଟରଙ୍କୁ ସହାୟତା ପାଇଁ ମୁଁ ଅବସର ନେଇ BJDରେ ମିଶିଥିଲି, ମୋ ଗୁରୁ ନବୀନ, ମୋ ନିଶ୍ବାସରେ ନବୀନ ପଟ୍ଟନାୟକ ରହିଛନ୍ତି।ବିଜେଡିର ପରାଜୟ ପାଇଁ କ୍ଷମା ମାଗିଲେ ପାଣ୍ଡିଆନ୍। ବିଜେଡିର ସମସ୍ତଙ୍କ ସମସ୍ୟଙ୍କୁ କ୍ଷମା ମାଗିଲେ ପାଣ୍ଡିଆନ୍।