୧୧ ଦିନ ପରେ SCB ରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ମେ ୨୯ରେ ଅସୁସ୍ଥ ହୋଇ ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ। ଇଭିଏମ୍ ଭଙ୍ଗା ଅଭିଯୋଗରେ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ। ଗତ ଶୁକ୍ରବାର କୋର୍ଟ ତାଙ୍କୁ ୩ ଦିନିଆ ଜାମିନ୍ ପ୍ରଦାନ କରିଥିଲେ। ଆଜିଠୁ ୩ ଦିନ ଜାମିନ୍‌ରେ ରହିବେ ପ୍ରଶାନ୍ତ ଜଗଦ୍ଦେବ। ଜାମିନରେ ଜେଲରୁ ବାହାରିବା ପରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି।ନବୀନଙ୍କ ପାଣ୍ଡିଆନ୍ ପ୍ରେମ ସରିନି କହିଲେ ।

ସୂଚନା ଯୋଗ୍ୟ ଯେ,ଗତ ୨୯ ତାରିଖରେ ଖୋର୍ଦ୍ଧା ଜେଲରେ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ମେଡ଼ିସିନ ବିଭାଗରେ ଭର୍ତ୍ତି କରାଯାଇଥିଲା । ନିର୍ବାଚନ ସମୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଗଣ୍ଡଗୋଳ ଅଭିଯୋଗରେ ଗତ ୨୫ ତାରିଖରେ ଖୋର୍ଦ୍ଧା ପୋଲିସ ତାଙ୍କୁ ଗିରଫ କରିଥିଲା ।

Please follow and like us:
Pin Share

Leave a Reply

Your email address will not be published. Required fields are marked *