ଘୁଞ୍ଚିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ। ଜୁନ୍‌ ୧୦ ପରିବର୍ତ୍ତେ ଜୁନ୍‌ ୧୨ରେ ହେବ ଶପଥ ସମାରୋହ। ଏବେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଜେପି କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୂର୍ବରୁ ୧୦ ତାରିଖରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆୟଜନ କରାଯାଇଥିଲା । ଅନେକ ବରିଷ୍ଠ ବିଜେପି ନେତା ଭୁବନେଶ୍ବରରେ ପହଞ୍ଚିଥିଲେ । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖଇବାକୁ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଏ ହେବେ ମୁଖ୍ୟମନ୍ତ୍ରୀ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *