ଜାମ୍ମୁ କାଶ୍ମୀରର ରିଏସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀମାନେ ବୈଷ୍ଣୋଦେବୀ ଯାଉଥିବା ତୀର୍ଥଯାତ୍ରୀମାନେ ଥିବା ଏକ ବସ୍ରେ ଗୁଳି ଚଳାଇ ରବିବାର ସନ୍ଧ୍ୟାରେ ଏପରି ଏକ କାଣ୍ଡ ରଚିଛନ୍ତି। ଏପଟେ ଦିଲ୍ଲୀରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ସେପଟେ ଜମ୍ମୁରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।
ଏହି ଘଟଣା ସଂପର୍କରେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ବସଟି ନିୟନ୍ତ୍ରଣ ହରାଇ ଟଳମଳ ହେବା ପରେ ପରେ ବି ଆକ୍ରମଣକାରୀମାନେ ଅନେକ ସମୟ ପର୍ଯ୍ୟନ୍ତ ଗୁଳି ଚଳାଇଥିଲେ। ସେମାନେ ମାରିଥିବା ଗୁଳି ବସ୍ ଡ୍ରାଇଭର୍ ଉପରେ ନବାଜିବା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। ମାତ୍ର ବସ୍ ଡ୍ରାଇଭରଙ୍କ ଦେହରେ ଗୁଳି ବାଜିବାରୁ ସେ ନିୟନ୍ତ୍ରଣ ହରାଇ ବସିଥିଲେ। ନିୟନ୍ତ୍ରଣ ହରାଇବାରୁ ଗାଡିଟି ପାହାଡ଼ ତଳକୁ ଖସିପଡ଼ି ଥିଲା।କୁହାଯାଉଛି କି, ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ । ସଦ୍ୟ ସୂଚନା ମୁତାବକ ଏପର୍ଯ୍ୟନ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର କରାଯାଇଛି ।