ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ସାଲେପୁର ମାଳଶାସନ ବୁଥରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ ଦୁର୍ବୃତ୍ତ। ଧାମନଗର ଦୋବଲ ୧୫୧ ବୁଥରେ ମଧ୍ୟ ହୋଇଛି ମାରପିଟ୍ ।ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ନିର୍ବାଚନୀ ହିଂସା । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଠେଙ୍ଗାରେ ବିଜେଡି ସମର୍ଥକ ପିଟିଥିବା ଅଭିଯୋଗ ହୋଇଛି। ସେହିପରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ନୀଳକଣ୍ଠପୁର ପଂଚାୟତରେ ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି।ବିଜେପି ବୁଥ ସଭାପତି ରଶ୍ମିରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରୁଛନ୍ତି ବିଜେଡି କର୍ମୀ ବୋଲି ଅଭିଯୋଗ ହୋଇଛି।ରଶ୍ମିରଞ୍ଜନଙ୍କ ପିଠିରେ ଗୁରୁତର ଆଘାତ ଲାଗିଥିବା ବେଳେ, ଗୁରୁତର ଅବସ୍ଥାରେ ରଶ୍ମିରଞ୍ଜନ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି।