ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ଏପର୍ଯ୍ୟନ୍ତ ବିଭିନ୍ନ ମେଡିକାଲରେ ୨୧ ଜଣ ଚିକିତ୍ସିତ ହେଉଛନ୍ତି।ସୂଚନା ଯୋଗ୍ୟ ଯେ,ଏହି ବାଣ ବିସ୍ଫୋରଣ ଘଟଣାରେ ପ୍ରଥମେ ଦିନ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ବୁଧବାର ରାତିରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ ୨ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଆଜି ୨ଜଣଙ୍କ ମୃତ୍ୟୁ ହୋଇଛି।