ମତଦାନ କେନ୍ଦ୍ରକୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏକ ନିଆରା ପଦେକ୍ଷପ ନେଇଛି ପ୍ରଶାସନ ଓ ସ୍ଥାନୀୟ ଲୋକେ। ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଏକ ନିଆରା ଶୈଳୀରେ ପୁରୀ ଜିଲ୍ଲାର କାକଟପୁରରେ ଏକ ମତଦାନ କେନ୍ଦ୍ରକୁ ସତସତିକା ପାନ ବରଜରେ ସଜା ହୋଇଥିବାର ଦେଖିବାକୁ ମିଳିଛି, ଯାହାକି ଏଠାକାର ଭୋଟରଙ୍କୁ ଆକର୍ଷିତ କରୁଛି ।ପାନ ବରଜ ଷ୍ଟାଇଲରେ ତିଆରି ହୋଇଥିବା ନିଆରା ପୋଲିଂ ବୁଥ ଦେଖି ସମସ୍ତଙ୍କ ମନରେ ଖୁସି ଦେଖିବାକୁ ମିଳୁଛି। ଉତ୍ସବର ବାତାବରଣ ମଧ୍ୟରେ ଚାଲିଛି ମତଦାନ ମହାଉତ୍ସବ । ଲୋକ ଭୋଟ ଦେଇ ସେଲଫ୍ ବି ନେଉଛନ୍ତି।