ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ପୁସ୍ତକ କିଣିଲେ ମୁଖ୍ୟମନ୍ତ୍ରୀ ।ନିର୍ବାଚନ ପ୍ରଚାର ଶେଷ ହେବାରେ ଆଜି ମାର୍କେଟ୍ ବାହାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ସେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ମଡର୍ଣ୍ଣ ବୁକଷ୍ଟୋର୍ରେ ପହଞ୍ଚିଥିଲେ । ସେଠାରୁ ‘ସିକ୍ରେଟ୍ସ ଅଫ୍ ଶିମିଳିପାଳ’ ଓ ‘ଆରିଏନ୍ସ’ ପୁସ୍ତକ କିଣିଲେ ନବୀନ। ଦୁଇ ପୁସ୍ତକ କିଣି ୨ ହଜାର ୫୦୦ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ। ବହି କିଣିବା ପରେ ଛୋଟ ଝିଅ ସହ ସେଲ୍ଫି ମଧ୍ୟ ନେଲେ।
ଖାଲି କୁନି ଝିଅ ନୁହଁନ୍ତି ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇ ଅନେକ ପ୍ରଶଂସକଙ୍କ ଭିଡ଼ ଜମିବାରେ ଲାଗିଥିଲା । ତେବେ ବୁକ୍ ଷ୍ଟୋର୍ରୁ ଦୁଇଟି ବହି କିଣିଥିଲେ ମୁଖ୍ୟମନ୍ତ୍ରୀ । ଗୋଟିଏ ହେଉଛି ଦେବବ୍ରତ ସ୍ବାଇଁଙ୍କ ଦ୍ବାରା ରଚିତ ସିକ୍ରେଟ୍ସ ଅଫ୍ ଶିମିଳିପାଳ ଏବଂ ଅନ୍ୟ ଟି ହେଉଛି ଚାର୍ଲ୍ସ ଆଲେନଙ୍କ ଲିଖିତ ପୁସ୍ତକ ଆରିୟନ୍ସ । ଜଣେ ଲେଖ ଭାବରେ ବି ଖ୍ୟାତି ଅର୍ଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ ଗାର୍ଡନ ଅଫ ଲାଇଫ, ଏ ସେକଣ୍ଡ ପାରାଡାଇଜ ଓ ଏ ଡେଜର୍ଟ କିଙ୍ଗଡମ ପୁସ୍ତକ ରଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ମୁଖ୍ୟମନ୍ତ୍ରୀ ତଥା ନେତା ଛଡ଼ା ପୁସ୍ତକପ୍ରେମୀ ଭାବେ ନବୀନ ବେଶ ଜଣାଶୁଣା ।