ଉତ୍ତରଖଣ୍ଡରେ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବଦ୍ରିନାଥ ମନ୍ଦିର।ଚାରି ଧାମ ଯାତ୍ରା ପାଇଁ ଉତ୍ତରାଖଣ୍ଡର ସବୁ ମନ୍ଦିର ଖୋଲା ହୋଇଛି। ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲିଥିଲା କେଦରାନାଥ ମନ୍ଦିର। ବାବା କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ମନ୍ଦିର କବାଟ ଖୋଲିବା ପରେ ଆଜି ବଦ୍ରିନାଥଙ୍କ ମନ୍ଦିର କବାଟ ଖୋଲିଛି ।ବଦ୍ରିନାଥଙ୍କ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଛି । କ୍ବିଣ୍ଟାଲ କ୍ବିଣ୍ଟାଲ ଫୁଲରେ ମନ୍ଦିରକୁ ସଜାଯାଇଛି । ଆଜି ସକାଳ ୬ଟାରେ ରୀତିନୀତି ଅନୁଯାୟୀ ପୂଜାପାଠ ପରେ ମନ୍ଦିର କବାଟ ଖୋଲାଯାଇଥିଲା । ଆସନ୍ତା ୬ମାସ ପର୍ଯ୍ୟନ୍ତ ବଦ୍ରିନାଥ ଧାମରେ ଭଗବାନ ବଦ୍ରି ବିଶାଲଙ୍କ ଦର୍ଶନ କରିପାରିବେ ଭକ୍ତ । ବଦ୍ରିଧାମରେ ଭଗବାନ ବଦ୍ରିନାରାୟଣଙ୍କର ୫ଟି ରୂପକୁ ପୂଜା କରାଯାଏ । ଭଗବାନ ବିଷ୍ଣୁଙ୍କର ଏହି ପାଞ୍ଚଟି ରୂପ ‘ପଞ୍ଚ ବଦ୍ରି’ ଭାବରେ ଜଣାଶୁଣା । ବଦ୍ରିନାଥ ଧାମର ମୁଖ୍ୟ ମନ୍ଦିର ବ୍ୟତୀତ ଅନ୍ୟ ଚାରିଟି ବଦ୍ରି ମନ୍ଦିର ମଧ୍ୟ ଏଠାରେ ରହିଛି, କିନ୍ତୁ ଏହି ପାଞ୍ଚଟି ମଧ୍ୟରେ ବଦ୍ରିନାଥ ମୁଖ୍ୟ ମନ୍ଦିର ।