ଓଡ଼ିଶାର ବାଲେଶ୍ଵରରେ ଥିବା APJ ଅବଦୁଲ କାଲାମ ଦ୍ବୀପରୁ ସଫଳତାର ସହ ପରୀକ୍ଷଣ ହୋଇଛି ସୁପରସୋନିକ ମିସାଇଲର ଟର୍ପିଡୋ ସିଷ୍ଟମ। ଆଜି ସକାଳ ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ ହୋଇଥିବା ଜଣାଯାଇଛି।SMART ଆଗାମୀ ପୀଢ଼ିର ହାଲୁକା ଟର୍ପିଡୋ ବତରଣ ସିଷ୍ଟମ ବୋଲି ଜଣା ପଡ଼ିଛି। SMART ହେଉଛି ସୁପରସୋନିକ ମିସାଇଲ ଆସିସଟେଡ୍ ରିଲିଜି ଅଫ୍ ଟର୍ପିଡୋ DRDO ଦ୍ଵାରା ସ୍ବଦେଶ ଜ୍ଞାନ କୌଶଳରେ ଏହା ବିକଶିତ ହୋଇଛି। ଡିଆରଡିଓ ପ୍ରସ୍ତୁତ ଏହି ମିସାଇଲର ୬୩୪ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି। ଶତ୍ରୁପକ୍ଷର ସମସ୍ତ ଟାର୍ଗେଟକୁ ଏହା ଧ୍ୱଂସ କରିବାରେ ସକ୍ଷମ ବୋଲି ସୂଚନା ମିଳିଛି।ଏହି କ୍ଷେପଣାସ୍ତ୍ର ଏକ ଗ୍ରାଉଣ୍ଡ ମୋବାଇଲ୍ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା। ଏହି ପରୀକ୍ଷଣରେ ଇଜେକ୍ସନ୍ ଏବଂ ବେଗ ନିୟନ୍ତ୍ରଣ ଭଳି ଅନେକ ଅତ୍ୟାଧୁନିକ ଯନ୍ତ୍ରିକ ନିର୍ମିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡ଼ିଆରଡିଓ ଏବଂ ଶିଳ୍ପ ଭାଗୀଦାରୀଙ୍କୁ ‘SMART’ ର ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବ୍ୟବସ୍ଥାର ବିକାଶ ଆମ ନୌସେନା ଶକ୍ତି ଆହୁରି ବଢିଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *