ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ। ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିଲା ଭିସ୍ତାରା ବିମାନ, କୁଆପଥର ମାଡ଼ ପାଇଁ ଜରୁରୀ ଅବତରଣ କରିଛି ବିମାନଟି।ବିମାନରେ ଥିଲେ ୧୭୦ ଯାତ୍ରୀ, ସମସ୍ତେ ସୁରକ୍ଷିତ ରହୁଥିବା ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ।ସୂଚନା ଅନୁସାରେ ବିମାନଟି ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଆକାଶରେ କୁଆପଥର ମାଡ଼ର ସାମ୍ନା କରିଥିଲା। କୁଆପଥର ପଡ଼ିବା କାରଣରୁ ୱିଣ୍ଡସିଲ କ୍ରାକ ହୋଇଥିଲା। ଏହି କାରଣରୁ ଉଡ଼ାଣର ୧୦ ମିନିଟ ଭିତରେ ଏହା ପ୍ରାଓରିଟି ଲାଣ୍ଡିଂ କରିଥିଲା। ୱିଣ୍ଡ ସିଲରେ କ୍ରାକ ସହ ବିମାନ ଉଡ଼ିଥିଲେ ଆହୁରି ଅଧିକ କ୍ରାକ ଆଶଙ୍କା ରହୁଥିଲା। ତେଣୁ ପାଖରୁ ହିଁ ଏହା ବ୍ୟାକ ଲ୍ୟାଣ୍ଡିଂ କରିଥିଲା। ବିମାନରେ ୧୬୯ ଯାତ୍ରୀଙ୍କ ସହ ୮ ଜଣ କ୍ରୁ ସଦସ୍ୟ ରହିଥିଲେ। ସମସ୍ତେ ସୁସ୍ଥ ଅଛନ୍ତି। ଯାତ୍ରୀଙ୍କ ପାଇଁ ଭିସ୍ତାରା ଦ୍ଵାରା ଅନ୍ୟ ୨ ବିମାନ ବ୍ୟବସ୍ଥା କରାଯାଇଛି।