କଲେଷ୍ଟ୍ରୋଲ୍ ଆମମାନଙ୍କ ପାଇଁ ଖୁବ କ୍ଷତିକାରକ ହୋଇଥାଏ । ତେବେ ଏହାର ଦୁଇ ପ୍ରକାର ରହିଛି ଗୋଟିଏ ଗୁଡ କଲେଷ୍ଟ୍ରୋଲ୍ ହୋଇଥିବାବେଳେ ଗୋଟିଏ ବ୍ୟାଡ୍ କଲେଷ୍ଟ୍ରୋଲ୍ । ତେବେ ଗୁଡ କଲେଷ୍ଟ୍ରୋଲ୍ ଆମ ପାଇଁ ଭଲ ହୋଇଥାଏ । ତେଣୁ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମର ଗୁଡ କଲେଷ୍ଟ୍ରୋଲ୍ ବଢିଥାଏ । ଏଥିପାଇଁ ଖାଦ୍ୟରେ ବିଭିନ୍ନ କୋଳିକୁ ସାମିଲ କରନ୍ତୁ ।
କୋଳିରେ ଗୁଡ କଲେଷ୍ଟ୍ରୋଲର ମାତ୍ରା ଖୁବ ଅଧିକ ଥାଏ । ଏହା ଆମକୁ ଏନର୍ଜେଟିକ ରଖିଥାଏ । ଆଉ ଏକ ଖାଦ୍ୟ ହେଲା ତରଭୁଜ, ଯାହା ଆମର ଗୁଡ କଲେଷ୍ଟ୍ରୋଲ ଲେବଲକୁ ବଢାଇଥାଏ ଏବଂ ବ୍ୟାଡ୍ କଲେଷ୍ଟ୍ରୋଲକୁ କମାଇଥାଏ । କ୍ୱିଇ ମଧ୍ୟ ଏହି ତାଲିକାରେ ସାମିଲ । ଏହା ଆମର ଗୁଡ କଲେଷ୍ଟ୍ରୋଲ ବଢାଇବା ସହିତ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କମଳାରେ ଥିବା ଭିଟାମିନ ସି ଆମ ପାଇଁ ବେଶ୍ ଉପକାରୀ ହୋଇଥାଏ । ଗୁଡ କଲେଷ୍ଟ୍ରୋଲ ପାଇଁ ମଧ୍ୟ ଏହା ଭଲ ହୋଇଥାଏ ।