ହିନା ଖାନ କର୍କଟ ରୋଗରେ ପୀଡ଼ିତ ନେଇ ଚର୍ଚ୍ଚା ହେଉଥିବା ଖବର ଉପରେ ମୁହଁ ଖୋଲିଲେ ଅଭିନେତ୍ରୀ। ଏବେ ଅଭିନେତ୍ରୀ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।ହିନା ଲେଖିଛନ୍ତି, ‘‘ନିକଟରେ ଉଡ଼ୁଥିବା ଗୁଜବ ଉପରେ ମୁଁ ଆପଣମାନଙ୍କ ସହ କିଛି ଗୁରୁତ୍ଵପୂର୍ଣ୍ଣ ଖବର ଶେୟାର କରିବାକୁ ଚାହୁଁଛି ଯେ, ମୁଁ ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟରେ ଅଛି।’’ ସେ ଆହୁରି ଲେଖିଛନ୍ତି, ‘‘ମୋତେ ଭଲପାଉଥିବା ଏବଂ ମୋ ବିଷୟରେ ଚିନ୍ତା କରୁଥିବା ସମସ୍ତ ଲୋକଙ୍କ ସହ ମୁଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର ଶେୟାର କରିବାକୁ ଚାହୁଁଛି। ମୁଁ ତୃତୀୟ ଷ୍ଟେଜ୍ ସ୍ତନ କର୍କଟରେ ପୀଡ଼ିତ। ଏହା ସତ୍ବେ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଠିକ୍ ଅଛି। ମୁଁ ଦୃଢ, ସଂକଳ୍ପବଦ୍ଧ ଅଛି ଏବଂ ଏହି ରୋଗକୁ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛି। ମୋର ଚିକିତ୍ସା ଆରମ୍ଭ ହୋଇଯାଇଛି, ଏବଂ ଏଥିରୁ ମୁକୁଳିବା ପାଇଁ ଅଧିକ ମଜଭୁତ ହୋଇ ଯଥା ସମ୍ଭବ ପ୍ରୟାସ କରିବାକୁ ପ୍ରସ୍ତୁତ ଅଛି।’’ ହିନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଦୁଃଖିତ ହେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।