ଯକ୍ଷ୍ମାରୋଗ ଭଲ ହେବ ଭେଜି ବାଇଗଣରେ। ଏ କଥା ଆମେ କହୁନୁ କହିଛି ପତଞ୍ଜଳି। ପତଞ୍ଜଳି ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ପ୍ରକାଶ ପାଇଛି। ଏହି ଅଧ୍ୟୟନର ଉଦ୍ଦେଶ୍ୟ ଥିଲା ଯକ୍ଷ୍ମା ପାଇଁ ଆୟୁର୍ବେଦିକ ଚିକିତ୍ସା ବିକାଶ କରିବା ବୋଲି ପତଞ୍ଜଳି ପକ୍ଷରୁ ସୂଚନା ଦିଆଯାଇଛି। ଅଧ୍ୟୟନ ଅନୁସାରେ ଭେଜିବାଇଗଣ ଛୋଟ କଣ୍ଟା ଯକ୍ଷ୍ମା ଜୀବାଣୁ ବିକାଶକୁ ରିକିଥାଏ ବୋଲି ଜଣାପଡ଼ିଛି। ଏସ୍ଇଏମ୍ ଏବଂ ଟିଏଲ୍ସି ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ,ଏସ୍ଭିଇ ଚିକିତ୍ସା ବ୍ୟାକ୍ଟେରିଆ କୋଷ ଗଠନକୁ ଦୁର୍ବଳ କରିଥାଏ।
ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, ପତଞ୍ଜଳି ପାଇଁ ଏହା ଖୁସିର ବିଷୟ ଯେ ଏହି ଅଧ୍ୟୟନ ‘ଫ୍ରଣ୍ଟିଅର୍ସ ଇନ୍ ମାଇକ୍ରୋବିଓଲୋଜି’ ପତ୍ରିକାରେ ସ୍ଥାନ ପାଇଛି। ଏହି ଅନୁସନ୍ଧାନ ଯକ୍ଷ୍ମା ଉପରେ ଭବିଷ୍ୟତରେ ଅଧ୍ୟୟନର ମୂଳଦୁଆ ଭାବରେ କାର୍ଯ୍ୟ କରିବ, ଯାହା ଯକ୍ଷ୍ମାକୁ ରୋକିବା ପାଇଁ ଜନସାଧାରଣଙ୍କୁ ନୂତନ ସମ୍ଭାବନା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଯକ୍ଷ୍ମା ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ଏହା ମଣିଷର ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ।
କେବଳ ଯକ୍ଷ୍ମା ନୁହେଁ ନୁଦୁନିଆର ଅନେକ ରୋଗର ଔଷଧ ଅଟେ ଭେଜି ବାଇଗଣ, ଅନେକ ରୋଗରୁ ଦେଇଥାଏ ଉପଚାର। ଏହା ଏକ କଣ୍ଟା ଜାତୀୟ ଗଛ ଅଟେ । କିନ୍ତୁ ଏହା ଆମର ଅନେକ ରୋଗକୁ ଭଲ କରି ପାରିବ । ଯେମିତି କି କାଛୁ, କୁଣ୍ଡିଆ, ଅସ୍ଥମା, ଶୁଖିଲା କାଶ, ଷ୍ଟୋନ, ଗର୍ଭଧାରଣର ସମସ୍ୟା, ମସ୍ତିଷ୍କ ଟ୍ୟୁମର, ସଂକ୍ରମଣ ଇତ୍ୟାଦି ରୋଗ ପାଇଁ ଏହା ରାମବାଣ ଭଳି କାମ କରିଥାଏ ।
ଏହା ଆପଣଙ୍କର ସମସ୍ତ ରୋଗକୁ ମୂଳରୁ ନଷ୍ଟ କରିଦିଏ । ଏହାକୁ ପୂର୍ଣ୍ଣ ରୂପରେ ଆୟୁର୍ବେଦ ବୋଲି କୁହାଯାଇଛି । ଏହି ଗଛ ଦ୍ଵାରା ଆପଣଙ୍କୁ କୌଣସି ବି ପ୍ରକାରର କ୍ଷତି ହେବ ନାହିଁ ।