ପୁଣି ଏକ ବଡ଼ ରେଳ ଦୁର୍ଘଟଣା।ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଡିବ୍ରୁଗଡ଼ ଏକ୍ସପ୍ରେସର ୧୦ଟି ବଗି। ଦୁର୍ଘଟଣାରେ ୪ଜଣକ ମୃତ୍ୟୁ ହୋଇଥିବା ଜଣା ପଡିଛି। ଗୁରୁବାର ଅପରାହ୍ନରେ ୟୁପିର ଗୋଣ୍ଡାଠାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଠାରେ, ଗୋରଖପୁର ଦେଇ ଚଣ୍ଡିଗଡ଼ରୁ ଆସାମକୁ ଯାଉଥିବା ଡିବ୍ରୁଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଏହି ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଗୋରଖପୁର ରେଳ ବିଭାଗର ମୋତିଗଞ୍ଜ ସୀମାରେ ଏହି ଘଟଣା ଘଟିଛି।ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣା ସ୍ଥଳରେ ମେଡିକାଲ ଟିମ୍ ପହଞ୍ଚି ଆହତମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ରେଳବାଇ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଏହି ଦୁର୍ଘଟଣା ହେତୁ ସେହି ମାର୍ଗ ଦେଇ ଯାଉଥିବା ୧୧ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିବା ବେଳେ ଦୁଇଟି ଟ୍ରେନକୁ ବାତିଲ କରାଯାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *