ଚୀନ୍ ତାର ଅଦ୍ଭୁତ କାମ ପାଇଁ ଅନେକ ସମୟରେ ବିଶ୍ୱବାସୀଙ୍କୁ ଚକିତ କରିଥାଏ। ଏବେ ସେମିତି ଏକ ଚକିତ କରିବା ଭଳି ଖବର ସମ୍ନାକୁ ଆସିଛି। ଚୀନରୁ ଏବେ ମହିଳାଙ୍କ ପ୍ରତି ଭେଦଭାବ ମାମଲା ସାମ୍ନାକୁ ଆସିଛି। ଚୀନ୍ରେ ଚାକିରି ପୂର୍ବରୁ ଗର୍ଭଧାରଣ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା ୧୬ କମ୍ପାନି ବିରୁଦ୍ଧରେ ପୁଲିସ୍ ପକ୍ଷରୁ ମାମଲା ରୁଜୁ ହୋଇଛି। ଆଇନ ବିଭାଗ ରିପୋର୍ଟ କରିଛି ଯେ ଏହି କମ୍ପାନିଗୁଡିକ ମହିଳାମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଗର୍ଭଧାରଣ ପରୀକ୍ଷା କରିବା ଆବଶ୍ୟକ କରିଥାନ୍ତି।
ଜିଆଙ୍ଗସୁ ପ୍ରଦେଶର ନାନଟୋଙ୍ଗର ଟୋଙ୍ଗଜୋ ଜିଲ୍ଲା ଆଇନଜୀବୀ ଚଳିତ ବର୍ଷ ଆରମ୍ଭରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବୋଲି ଜଣା ପଡ଼ିଛି। ଅନୁସନ୍ଧାନ ଶେଷ ହେବା ପରେ ଓକିଲମାନେ ସ୍ଥାନୀୟ ମାନବ ସମ୍ବଳ ଏବଂ ସାମାଜିକ ସୁରକ୍ଷା ବ୍ୟୁରୋ ସହିତ ଯୋଗାଯୋଗ କରିଥିଲେ ଯାହା କମ୍ପାନୀ ଏବଂ ଡାକ୍ତରଖାନାଗୁଡ଼ିକୁ ସେମାନଙ୍କ ଆଚରଣ ବିଷୟରେ ଚେତାବନୀ ଦେଇଥିଲା।