ରାଜ୍ୟ ସଭାରେ ଭାରତୀୟ ଜନତା ପାର୍ଟି ସଦସ୍ୟଙ୍କ ସଂଖ୍ୟା ୯୦ ତଳକୁ ଖସିଲା। ବର୍ତ୍ତମାନ ରାଜ୍ୟ ସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୨୬ ଅଟେ। ଏଥିମଧ୍ୟରେ ଭାଜପାର ୮୬ ଜଣ ସଦସ୍ୟ, ୨୬ଜଣ କଂଗ୍ରେସ ସଦସ୍ୟ ଏବଂ ତ୍ରୁଣମୂଳ କଂଗ୍ରେସର ୧୩ ଜଣ ସଦସ୍ୟ ଅଛନ୍ତି। ବର୍ତ୍ତମାନ ରାଜ୍ୟ ସଭାରେ ୧୯ ଟି ପଦବୀ ଖାଲି ଅଛି। ତେବେ ଖାଲିଥିବା ପଦବୀ ପୂରଣ ପାଇଁ ଉପ-ନିର୍ବାଚନ ପରେ ବିଜେପି ଏବଂ ଏହାର ସହଯୋଗୀମାନେ ଏହି ସଂଖ୍ୟା ବଢ଼େଇବେ ବୋଲି କୁହାଯାଉଛି।

ସଂଖ୍ୟା ଆଧାରରେ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ବିହାର, ମହାରାଷ୍ଟ୍ର ଏବଂ ଆସାମରେ ଦୁଇଟି ଆସନ ଏବଂ ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତ୍ରିପୁରାରେ ଗୋଟିଏ ଆସନ ଜିତିବା ଉପରେ ବିଶ୍ୱାସ ରହିଛି।ଚାରିଜଣ ନୂତନ ସଦସ୍ୟ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ମନୋନୀତ ହୋଇନାହାଁନ୍ତି। ସାଧାରଣତଃ ମନୋନୀତ ସଦସ୍ୟମାନେ ଶାସକ ଦଳ ସହିତ ଅଛନ୍ତି। ତଥାପି, ସେମାନେ ନିଜକୁ କୌଣସି ଦଳ ସହିତ ଜଡିତ କରିବାକୁ ମୁକ୍ତ ଅଟନ୍ତି । ସେମାନେ ପାରମ୍ପାରିକ ଭାବରେ ସେମାନଙ୍କୁ ମନୋନୀତ କରୁଥିବା ସରକାରଙ୍କୁ ସମର୍ଥନ କରନ୍ତି। ହେଲେ ଏବେ ବିଜେପି ରାଜ୍ୟ ସଭାରେ ଆଉ ମାନମାନି କରି ପାରିବ ନାହିଁ ତାହା ସ୍ପଷ୍ଟ ହୋଇଛି ।

Please follow and like us:
Pin Share

Leave a Reply

Your email address will not be published. Required fields are marked *