ବୁଧବାର ମହବହୁଙ୍କ ସୁନାବେଶ ହେବ ତେବେ ସୁନାବେଶ ଓ ଅଧରପଣା ସମୟରେ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ। ସୁନାବେଶ ପାଇଁ ୪୩ ଓ ଅଧରପଣା ପାଇଁ ୩୩ଟି ଟ୍ରେନ୍ ଗଡିବ। ପୁରୀକୁ ସହଜରେ ଆସିପାରିବେ ଭକ୍ତ। ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟେସନରେ ଅତିରିକ୍ତ ବୁକିଂ କାଉଣ୍ଟର ଖୋଲାଯାଇଛି।ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି। ପୂର୍ବତଟ ରେଳପଥ ରଥ ଯାତ୍ରା ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। ୫ରୁ ୧୫ ଜୁଲାଇ ମଧ୍ୟରେ ପୂର୍ବତଟ ରେଳପଥ ପୁରୀକୁ ଓ ପୁରୀଠାରୁ ଗୁଣ୍ଡିଚା ଯାତ୍ରାଠାରୁ ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇ ସାରିଛି।