ଓଡ଼ିଶାରେ ମହାବଳ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଉଛନ୍ତି। ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ।ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଆସିବେ ମହାବଳ ବାଘ। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ଓ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ଆସିବେ ବାଘ। ଏନେଇ ବନ ବିଭାଗ ପକ୍ଷରୁ ଦିଅଯାଇଛି ସୂଚନା।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୨୦୨୩-୨୪ ପାଇଁ ବ୍ୟାଘ୍ର ଗଣନା କରିଥିଲେ। ଗତ ଫେବ୍ରୁଆରି ମାସରେ ଏହାର ରିପୋର୍ଟ ପ୍ରକାଶ କରିଥିଲେ। ଏହି ରିପୋର୍ଟରେ କୁହାଯାଇଥିଲା ଯେ, ରାଜ୍ୟରେ ୩୦ଟି ବାଘ ଅଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷିତ ଅଭୟାରଣ୍ୟରେ ୨୭ଟି ବାଘ ଥିଲେ।ସେହିପରି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ, ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନ ଓ ଗ୍ରେଟର ଶିମିଳିପାଳ ଟାଇଗର ଲାଣ୍ଡସ୍କେପରେ ଗୋଟିଏ ଲେଖାଏଁ ବାଘ ଥିବା ରିପୋର୍ଟରେ କୁହାଯାଇଥିଲା।