ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ । ଧର୍ମଶାଳାର ବିବାଦୀୟ ‘ବଲେ ବଲେ’ ଢାବା ଘଟଣାରେ ତାଙ୍କ ନାମ ଯୋଡ଼ା ହୋଇଥିବା ନେଇ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଏଲିନା । ଏନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାୟର କଲେ ଏଲିନା ଦାସ । ‘ବଲେ ବଲେ’ ଢ଼ାବା ଏଲିନା ଲିଜରେ ଚଳାଉଥିବା ପୂର୍ବରୁ ଚର୍ଚ୍ଚା ହୋଇଥଲା। ବିନା କୌଣସି କାଗଜପତ୍ରରେ ତାଙ୍କ ସ୍ବାମୀ ଢାବା ଚଳାଉଥିବା ଅଭିଯୋଗ ହୋଇଥିଲା । ଏଥିରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ଏଲିନା କିମ୍ବା ତାଙ୍କର କୌଣସି ପରିବାର ସଦସ୍ୟଙ୍କ ନାମରେ ଏହି ଢ଼ାବା ନଥିବା କହିଛନ୍ତି ଏଲିନାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ।

ବିଜେଡି ନେତ୍ରୀ ଏଲିନା କହିଛନ୍ତି ଯେ ବର୍ତ୍ତମାନ ଏ ବିଷୟରେ ତାଙ୍କ ଆଡଭୋକେଟ ଉତ୍ତର ରଖିବେ । ପରବର୍ତ୍ତୀ ସମୟରେ ପ୍ରେସ କନଫରେନ୍ସ କରି ସେ ଉଚିତ୍ ଜବାବ ଦେବେ। ତାଙ୍କର ଓକିଲ କହିଛନ୍ତି, ‘ଏନେଇ ରିଟ ପିଟିସନ ଫାଇଲ ହୋଇଛି । ବଲେ ବଲେ ଢାବା ସମ୍ପର୍କରେ ଏଲିନା କିମ୍ବା ତାଙ୍କ ପରିବାର ସଦସ୍ୟଙ୍କର କୌଣସି ସମ୍ପୃକ୍ତି ଥିବା ନେଇ ପ୍ରମାଣ ନାହିଁ କିମ୍ବା ମାମଲା ମଧ୍ୟ ରୁଜୁ ହୋଇନାହିଁ । ବିଜେଡିର ଜଣେ ନାରୀନେତ୍ରୀ ଭାବେ ତାଙ୍କର ଯେଉଁଭଳି ଚରିତ୍ର ସଂହାର କରାଯାଉଛି ତାହାକୁ ବନ୍ଦ କରାଯାଉ । ୟୁଟ୍ୟୁବ ଓ ସୋସିଆଲ ମିଡିଆରେ ତାଙ୍କର ଚରିତ୍ର ସଂହାରକୁ ରୋକିବାକୁ ହାଇକୋର୍ଟଙ୍କୁ ଜଣାଯାଇଛି । ରାଜ୍ୟ ସରକାରଙ୍କ ଗୃହ ସଚିବ, ପୋଲିସ ଡିଜି, ସୂଚନା ଲୋକସମ୍ପର୍କ ବିଭାଗ, ଧର୍ମଶାଳା ବିଡ଼ିଓ ଓ ଧର୍ମଶାଳା ଆଇଆଇସି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ।’ ମିଥ୍ୟା ଖବର ଦ୍ବାରା ଏଲିନାଙ୍କର ସମ୍ମାନ ହାନି ହୋଇଛି ବୋଲି କହିଛନ୍ତି ତାଙ୍କ ଓକିଲ । ମିଥ୍ୟା ଖବର ଉପରେ ରୋକ ଲଗାଇବାକୁ ଓ ଘଟଣାର ତଦନ୍ତ ପାଇଁ ପିଟିସନ ଦାଖଲ ହୋଇଛି ।

Please follow and like us:
Pin Share

Leave a Reply

Your email address will not be published. Required fields are marked *