ଜୁଲାଇ ୮ରୁ ରତ୍ନଭଣ୍ଡାର ଗଣତି ମଣତି କାମ ଆରମ୍ଭ ହେବ। ଜୁଲାଇ ୮ରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର ଗଣତି ମଣତି କାମ ଚାଲିବ। ୨୦ ଦିନ ଧରି ଚାଲିବ ରତ୍ନଭଣ୍ଡାର ଗଣତି ମଣତି କାମ। ୫ ତାରିଖରେ ବସିବ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ।ରତ୍ନଭଣ୍ଡାର ଯାଂଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଆସନ୍ତା ୪ତାରିଖରେ ଓଡ଼ିଶା ଆସୁଛନ୍ତି। ୫ତାରିଖରେ ରତ୍ନଭଣ୍ଡାର ଯାଂଚ କମିଟିର ବୈଠକ ବସିବ । ଯଦି କମିଟିର ସହମତି ହୁଏ ତା’ହେଲେ ୮ତାରିଖରୁ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବ।
ଜୁଲାଇ ୮ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୯ଦିନ ଧରି ରତ୍ନଭଣ୍ଡାର ଯାଂଚ, ମରାମତି ଓ ଅଳଙ୍କାର ଗଣନା କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି।ତେବେ ରାଜ୍ୟରେ କ୍ଷମତାକୁ ଆସିଲେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବ ବୋଲି ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା । ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ୱାର ଖୋଲିବା ସହ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠିର ବ୍ୟବସ୍ଥା କରି ବିଜେପି ନିଜର ପ୍ରତିଶ୍ରୁତିକୁ ପାଳନ କରିସାରିଛି । ଏବେ ଯାଂଚ କମିଟିର ପରାମର୍ଶ ଆଧାରରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।