ପୁଣି ଖୋଲିବ ବିଜେଡି ସରକାରରେ ବନ୍ଦ ହୋଇଥିବା ସ୍କୁଲ। ଯେଉଁଠି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି, ସ୍ଥାନୀୟ ଲୋକଙ୍କ ଦାବି ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲଗୁଡିକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି ବୋଲି ଜଣାପଡିଛି। ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ପ୍ରସ୍ତୁତ କରନ୍ତୁ ଲୋକଙ୍କ ଦାବି ଅନୁଯାୟୀ କେଉଁଠି ବନ୍ଦ ହୋଇଥିବା ସ୍କୁଲର ଖୋଲିବା ଆବଶ୍ୟକତା ଅଛି ।

ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବିଜେଡି ସରକାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଆମେ ଖୋଲିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।ଏନେଇ ବିଜେଡିର ପୂର୍ବତନ ବିଧାୟକ ଆମର ପ୍ରସାଦ ଶତପଥୀ କହିଛନ୍ତି ଯେ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସ୍କୁଲକୁ ବନ୍ଦ ନ କରିବା ପାଇଁ ପୂର୍ବରୁ ବିଧାନସଭାର ଆଲୋଚନା ହୋଇଥିଲା ମଧ୍ୟ । ଅନେକ ବିଜେଡି ନେତାଙ୍କ ସହ ମୁଁ ମଧ୍ୟ ଗୃହରେ କହିଥିଲୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସ୍କୁଲ ବନ୍ଦ ନ କରାଯାଉ । ବର୍ତ୍ତମାନ ତ ତାହା କୋର୍ଟରେ ବିଚାରାଧୀନ ରହିଛି । ସରକାର ଶିକ୍ଷାକୁ ଅଗ୍ରାଧିକାର ଦେଇ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗମନାଗମନର ଅସୁବିଧା ଥିବା ସ୍ଥାନରେ ସଂଖ୍ୟାକୁ ଆଧାର ନ କରି ସ୍କୁଲ ଗୁଡିକ ଖୋଲିବା ଉଚିତ । ତେବେ ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ ଏକ ଶୁଭ ସଂକେତ। ପୂର୍ବରୁ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତ ହେବ ବୋଲି ସୂଚନା ଦେଇଛନ୍ତି।

Please follow and like us:
Pin Share

Leave a Reply

Your email address will not be published. Required fields are marked *