ପୁଣି ବିବାଦରେ IPS ଆଶିଷ ସିଂହ। IPS ଆଶିଷ ସିଂହ କେଉଁଠି? ପ୍ରଶ୍ନ କଲା ଗୃହ ବିଭାଗ। IPS ଆଶିଷ ସିଂହଙ୍କ ଛୁଟି ନେଇ ପଚାରିଲା ଗୃହ ବିଭାଗ। IPS ଆଶିଷ ସିଂହଙ୍କ ଛୁଟି ନେଇ ପୋଲିସ ଗୃହ ବିଭାଗରୁ ଡିଜିଙ୍କୁ ହୋଇଛି ଚିଠି। ମେ’ ୪ ତାରିଖରୁ ମାସେ ଛୁଟିରେ ଥିଲେ ଆଶିଷ ସିଂହ। ‘କାର୍ଯ୍ୟରେ ଯୋଗ ଦେଇଛନ୍ତି ନା ଛୁଟି ବଢ଼ାଇଛନ୍ତି ?’ ତାହାର ଉତ୍ତର ମାଗିଛନ୍ତି ଗୃହ ବିଭାଗ। ଆଶିଷ ସିଂହଙ୍କ ଛୁଟି ନେଇ ଜଣାଇବାକୁ କହିଲା ବିଭାଗ।

ସୂଚନା ଅନୁସାରେ, ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ । ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି ସେନେଇ ମଧ୍ୟ ବିଭାଗକୁ କୌଣସି ଖବର ମିଳିନି । ତେଣୁ ତାଙ୍କ ବିଷୟରେ ସମସ୍ତ ତଥ୍ୟ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ଗୃହ ବିଭାଗ ଅତିରିକ୍ତ ସଚିବ ।ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଶାରିରୀକ ଓ ମାନସିକ ସ୍ତରରେ ଆଶିଷ ସିଂହ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

Please follow and like us:
Pin Share

Leave a Reply

Your email address will not be published. Required fields are marked *