ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ । ହଠାତ୍ ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୟୁରୋଲୋଜି ବିଭାଗର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା । ବୟସଜନିତ ସମସ୍ୟାରୁ ଅସୁସ୍ଥ ହୋଇଥିବା ସୂଚନା । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା ମିଳିଛି। ତେବେ ତାଙ୍କ ଅସୁସ୍ଥତା ଖବର ପାଇବା ପରେ ଆସୁ ଆରୋଗ୍ୟ କାମନା କରିଛନ୍ତି ପ୍ରିୟଜନ,ସହଯୋଗୀ ଓ ବିଜେପି ନେତା।୯୬ ବର୍ଷୀୟ ନେତାଙ୍କୁ ଦିଲ୍ଲୀର ଏମ୍ସ ବିଭାଗର ବାର୍ଦ୍ଧକ୍ୟ ବିଭାଗର ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯାଇଛି। ସେ ସ୍ଥିର ଅଛନ୍ତି ଏବଂ ତୀକ୍ଷ୍ଣ ନଜରରେ ଅଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। କିଛି ମାସ ତଳେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।