ଚନ୍ଦ୍ରପୃଷ୍ଠରୁ ମାଟି ଆଣି ଇତିହାସ ରଚିଲା ଚୀନ। ୨ କିଲୋ ମାଟି ସହ ଚନ୍ଦ୍ରରୁ ପଥର ନମୁନା ଆଣିଲା ଚୀନ।୨୫ଲକ୍ଷ ବର୍ଷ ତଳର ଆଗ୍ନେୟଗିରିର ନମୁନା ଆଣିଛି ଚୀନ। ଚାଙ୍ଗ ଇ-୬ ମହାକାଶ ଯାନ ଏହି ମାଟି ଆଣିଥିବା ସୂଚନା ମିଳିଛି। ଉତ୍ତର ଚୀନର ମଙ୍ଗୋଲିଆ ଅଞ୍ଚଳରେ ଅବତରଣ କରିଛି ଏହି ଯାନ। ଏହି ମାଟି ସଂଗ୍ରହ ଦ୍ଵାରା ଚନ୍ଦ୍ରର ଉଭୟ ମେରୁରେ ରହିଥିବା ପାର୍ଥକ୍ୟ ଜଣାପଡ଼ିବ। ମେ’ ୩ରେ ଚନ୍ଦ୍ରକୁ ଯାଇଥିଲା ଚାଙ୍ଗ ଇ-୬ ମହାକାଶ ଯାନ। ୨୦୩୦ ସୁଦ୍ଧା ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଚୀନ ଯୋଜନା କରୁଛି।ଏହି ମିଶନର ସଫଳତା ଚାଇନାର ସ୍ବପ୍ନକୁ ସାକାର କରିପାରିଥିବା ନେଇ ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ ପ୍ରକାଶ କରିଛନ୍ତି।

Please follow and like us:
Pin Share

Leave a Reply

Your email address will not be published. Required fields are marked *