କେନିଆରେ ଗୃହଯୁଦ୍ଧ ପରିସ୍ଥିତି, ସଂସଦରେ ପଶିଲେ ହଜାର ହଜାର ଲୋକ। ପୁଲିସ ଗୁଳିରେ ୧୦ରୁ ଅଧିକ ମୃତ। ଆଫ୍ରିକୀୟ ଦେଶ କେନିଆରେ ଟିକସ ବୃଦ୍ଧିକୁ ବିରୋଧ କରି ସଧାରଣ ଲୋକେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି। ଲୋକଙ୍କ ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ହେବା ସହ ଅନେକ ସ୍ଥାନରେ ଜଳାପୋଡ଼ା ଦେଖିବାକୁ ମିଳିଛି।ହଜାର ହଜାର ଲୋକ ରାସ୍ତାରେ ପ୍ରତିବାଦ କରିବା ସହିତ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ରୋକିବାକୁ ପୁଲିସ ପକ୍ଷରୁ ଗୁଳିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼ କରାଯାଇଛି। ରାଜଧାନୀ ନାଇରୋବିରେ ବିକ୍ଷୋଭକାରୀଙ୍କୁ ଦମନ କରିବା ପାଇଁ ପୁଲିସ ଗୁଳି ଚଳାଇବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

କେନିଆ ସରକାର ଏକ ବିବାଦୀୟ ଫାଇନାନ୍ସ ବିଲକୁ ଅନୁମୋଦନ କରିଛନ୍ତି, ଯାହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବୃଦ୍ଧି ପାଇବ। ଦେଶ ଉପରେ ପ୍ରବଳ ଋଣର ବୋଝ କମାଇବାକୁ ଚାହୁଁଛନ୍ତି ବୋଲି ସରକାର କହିଛନ୍ତି।ନୂଆ ବିଲ୍‌ରେ ରୁଟି, ରନ୍ଧନ ତେଲ ଏବଂ ଆର୍ଥିକ ନେଣଦେଣ କ୍ଷେତ୍ରରେ ଟିକସ ବୃଦ୍ଧି କରାଯାଇଥିଲା। ଏହା ପ୍ରତିବାଦରେ ବିଭିନ୍ନ ଅଞ୍ଚଳରେ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଉଥିଲା। କିନ୍ତୁ ମଙ୍ଗଳବାର ନାଇରୋବିରେ ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଉତ୍ତ୍ୟକ୍ତ ଜନତା ଆନ୍ଦୋଳନ କରିବା ସହିତ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ବାରିକେଡ୍ ଭାଙ୍ଗି ଲୋକେ ସଂସଦ ଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।

Please follow and like us:
Pin Share

Leave a Reply

Your email address will not be published. Required fields are marked *