ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ଅଷ୍ଟାଦଶ ଲୋକସଭାର ବାଚସ୍ପତି ହେଲେ ଓମ୍ ବିର୍ଲା । I.N.D.I.A ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇଲେ ଓମ୍ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି ନିର୍ବାଚିତ ହୋଇଛନ୍ତି।ନିର୍ବାଚିତ ଘୋଷଣା କରୁଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଇଣ୍ଡିଆ ମେଣ୍ଟ୍ର ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇଛନ୍ତି ଓମ୍ ବିର୍ଲା। ଭୋଟ୍ ଡିଭିଜନ୍ ଦାବି ନଥିବାରୁ ତାଙ୍କୁ ସିଧାସଳଖ ନିର୍ବାଚିତ କରାଯାଇଛି।ବିରୋଧୀ ଦଳ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ପ୍ରାର୍ଥୀ ଥିବା କଂଗ୍ରେସ ନେତା କେ ସୁରେଶଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜର ସମର୍ଥନ ଦେଇଥଲେ। ତା’ସତ୍ତ୍ବେ ବି ସେ ହାରିଯାଇଛନ୍ତି।୧୯୭୬ ମସିହା ପରଠାରୁ ଏହା ଥିଲା ପ୍ରଥମ ବାଚସ୍ପତି ନିର୍ବାଚନ।