ଦ୍ବୈତ ନଗରୀ କଟକ- ଭୁବନେଶ୍ଵର ସହ ଯୋଡ଼ି ହେବ ପୁରୀ । ଟ୍ୱିନ ସିଟି ହେବ ଟ୍ରିପଲ୍ ସିଟି । ଏହାଦ୍ବାରା ସହରର ଆକାର ବଢ଼ିବ । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ହେବ । ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟ୍ରିପଲ ସିଟିର ନୂଆ ପରିକଳ୍ପନା କରାଯାଇଛି । ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଟ୍ରିପଲ ସିଟି ହେବା ଦ୍ୱାରା ବଢ଼ିବ ସହରର ଆକାର । ଗମନାଗମନ ସୁବିଧା ସହ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହେବ । ଟ୍ବିନ ସିଟି ସହ ପୁରୀ ଯୋଡି ହେଲେ ଏହା ଏପରି ଏକ ସହର ହେବ ଯାହା ବିଶ୍ବରେ ଏକ ନମ୍ବର ସ୍ଥାନ ହାସିଲ କରିବ । ପୁରୀକୁ ଭବିଷ୍ୟତରେ ମେଟ୍ରୋ କରାଯାଇପାରେ। ଆହୁରି ବହୁତ କଥା କରାଯାଇପାରିବ। ସହରଗୁଡ଼ିକର ଯଦି ଉନ୍ନତି ନହେବ, ଟ୍ରାଫିକ୍ ଜାମ୍ ରହୁଥିବ, ପାଣି ଜମା ହେଉଥିବ, ନାଳ ପାଣି ରାସ୍ତାରେ ଯାଉଥିବ ତା’ହେଲେ ଲୋକେ ସମସ୍ୟାର ସମ୍ମୁଖୀନ ହେବେ। ଏ ସବୁ ପରିସ୍ଥିତି ଯେମିତି ଆଗକୁ ସୃଷ୍ଟି ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଶେଷ ଭାବେ ଆଜି ବୈଠକରେ ଆଲୋଚନା ହୋଇଥିଲା। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନୂଆ ପରିକଳ୍ପନା ଆରମ୍ଭ କରିଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ମହଲରେ ଖୁସି ବ୍ୟକ୍ତ କରାଯିବା ସହ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଇଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *