ଏଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ। ବଡ଼ଦାଣ୍ଡ ଓ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ଦର୍ଶନ ପାଇଁ କେବଳ ମାର୍କେଟ୍ ଛକରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ବ୍ୟାରିକେଡ୍ ଭିତରେ ଶ୍ରୀମନ୍ଦିର ଅଭିମୁଖେ ଶ୍ରୀକୃଷ୍ଣ ସିନେମା ହଲ୍ ପର୍ଯ୍ୟନ୍ତ ଯିବାପରେ ସେଠାରୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ। ଏଠାରେ ଲାଗିଥିବା ମେଟାଲ୍ ଡିଟେକ୍ଟରରେ ଯାଞ୍ଚ୍ ପରେ ଭକ୍ତମାନେ ଦୋଳବେଦି କୋଣ ଷ୍ଟିଲ୍ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପହଣ୍ଡି ଟିକେଟ୍ଧାରୀ ଭକ୍ତମାନେ ଦକ୍ଷିଣଦ୍ବାର ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପହଣ୍ଡି ଶେଷ ପରେ ଦକ୍ଷିଣଦ୍ବାର ପ୍ରବେଶ ବନ୍ଦ କରି ଦିଆଯିବ। ଏଣୁ ବଡ଼ଦାଣ୍ଡ ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଛାୟାପ୍ରଦ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମାର୍କେଟ୍ ଛକରୁ ଭକ୍ତମାନେ ବ୍ୟାରିକେଡ୍ରେ ଧାଡ଼ିରେ ଯାଇ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ ଦେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ। ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ବାହାର ଭକ୍ତଙ୍କ ଦର୍ଶନ ପାଇଁ ସେଡ୍ ବ୍ୟବସ୍ଥା କରଯାଇଛି। ଭକ୍ତଙ୍କ ନିର୍ବିଘ୍ନ ଦର୍ଶନକୁ ଚଳିତବର୍ଷ ସର୍ବାଧିକ ଗୁରୁତ୍ବ ଦିଆଯାଇଛି।