ରାଜ୍ୟରେ ସରକାର ବଦଳିବା ସହ BSKY ଲାଗୁ ନେଇ ବିବାଦ ଦେଖିବାକୁ ମିଳିଛି। ତେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ) ଚାଲୁ ରହିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଚିକିତ୍ସା ସୁବିଧାକୁ ବନ୍ଦ କରାଯାଇନାହିଁ। ଘରୋଇ ହସ୍ପିଟାଲ ସହ ଚୁକ୍ତିନାମା ବଳବତ୍ତର ରହିଛି। ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ପଷ୍ଟୀକରଣ ଦେଇଛନ୍ତି।ବିଏସ୍କେୱାଇ କାର୍ଡ ବନ୍ଦ ହୋଇଯାଇଥିବା କହି କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହେଉଛି। ସାମାଜିକ ଗଣମାଧ୍ୟମରେ ହସ୍ପିଟାଲମାନେ ରୋଗୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି।