୩ରୁ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ମୌସୁମୀ। ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକ। ଗତ ୩୧ ରେ ଭାରତ ଛୁଇଁଥିଲା ମୌସୁମୀ। ତେବେ ଏଥର ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।